****    ଓଡ଼ିଆ ମୋ ଭାଷା   ****

Say It proudly...

Join Us on Facebook

Ads Here

Tuesday, November 8, 2016

ଆଜି ମଧ୍ୟ ରାତ୍ରରୁ ଆଉ ଚଳିବନି ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌

ଆଜି ମଧ୍ୟ ରାତ୍ରରୁ ଆଉ ଚଳିବନି ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌


*ନୂଆଦିଲ୍ଲୀ: ଆଜି ମଧ୍ୟ ରାତ୍ରରୁ ଆଉ ଚଳିବନି ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌*

*ମଙ୍ଗଳବାର ସଂଧ୍ୟାରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟରାତ୍ର ଠାରୁ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ଉପରେ ନିଷେଧାଦେଶ ଜାରି କରିଛନ୍ତି। ଆଜି ମଧ୍ୟରାତ୍ର ଠାରୁ ଦେଶରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନକୁ ସଂପୂର୍ଣ୍ଣ ବନ୍ଦ କରି ଦିଆଯାଇଛି।*

*ତେବେ, ଯେଉଁମାନଙ୍କ ପାଖରେ ୫୦୦ କିମ୍ବା ୧୦୦୦ ଟଙ୍କିଆ ନୋଟ୍‌ ରହିଛି ସେମାନେ ନଭେମ୍ବର ୧୦ ତାରିଖ ଠାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ (୫୦ ଦିନ ମଧ୍ୟରେ) ବ୍ୟାଙ୍କ୍‌ରେ ସେହି ସମସ୍ତ ନୋଟ୍‌କୁ ଜମା ଦେଇ ତାହାକୁ ବଦଳାଇ ପାରିବେ। ବର୍ତ୍ତମାନ ପାଇଁ ଏଟିଏମ୍‌ଗୁଡ଼ିକରୁ ମଧ୍ୟ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ହଟାଇ ନିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତା ସାତ ଦିନ ପାଇଁ ଲୋକମାନେ ଏଟିଏମ୍‌ରୁ ସର୍ବୋଚ୍ଚ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ଏହି ଟଙ୍କା ୧୦୦ ଟଙ୍କିଆ ନୋଟ୍‌ ଆକାରରେ ମିଳିବ। ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଏଟିଏମ୍‌ କାଉଣ୍ଟରଗୁଡ଼ିକ ବନ୍ଦ ରହିବ ବୋଲି ଜଣାଯାଇଛି।*

By Sambad


No comments:

Post a Comment