****    ଓଡ଼ିଆ ମୋ ଭାଷା   ****

Say It proudly...

Join Us on Facebook

Ads Here

Saturday, January 21, 2017

ହୀରାଖଣ୍ଡ ଏକ୍ସପ୍ରେସ୍‌ ଦୁର୍ଘଟଣା ଗସ୍ତ, ୩୦ ମୃତ,୫୦ ଆହତ..ରାୟଗଡ଼ାଠାରୁ ପ୍ରାୟ ୨୪ କିଲୋମିଟର ଦୂରରେ ଆନ୍ଧ୍ର-ଓଡ଼ିଶା ସୀମା କୁନେରୁ ଷ୍ଟେସନ ନିକଟରେ ଗତକାଲି ପ୍ରାୟ ରାତି ୧୧.୩୦ ବେଳେଟ୍ରେନ୍ ଦୁର୍ଘଟଣାରେ ଶିକାର ହୋଇଥିଲା। ୨୨ଟି କୋଚ୍‌ ବିଶିଷ୍ଟ ଏଇ ଟ୍ରେନ୍‌ର ୯ଟି କୋଚ୍‌ ଓ ଇଞ୍ଜିନ୍‌ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। କିଛି ଯାତ୍ରୀ ଟ୍ରେନ୍ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।


କାନ୍ଦ ବୋବାଳିରେ ସ୍ଥାନୀୟ  ଅଞ୍ଚଳ ଫାଟି ପଡୁଛି। ସ୍ଥିତି ଏତେ ଗମ୍ଭୀର ଯେ ମୃତାହତଙ୍କ ଆକଳନ କରିବା ସମ୍ଭବ ହେଉନାହିଁ। ତେବେ ଲାଇନଚ୍ୟୁତ ହୋଇଥିବା ବଗିଗୁଡିକରେ ଅନେକ ଯାତ୍ରୀ ଚାପି ହୋଇ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା। ତେଣୁ ଆହତଙ୍କ ସଂଖ୍ୟାରୁ ଶହେରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛିା  ଏହା ସତ୍ତ୍ୱେ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ବିଭିନ୍ନ ବଗିରେ ଥିବା ନିଜ ନିଜ ସଂପର୍କୀୟଙ୍କୁ ଲୋକେ ଖୋଜାଖୋଜିରେ ବ୍ୟସ୍ତ ଅଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଜି ରାତି ୧୦ଟା ୫୦ମିନିଟ୍‌ ସମୟରେ ଟ୍ରେନ୍‌ଟି ରାୟଗଡ଼ା ଛାଡିଥିଲା।  ମାତ୍ର ୨୪ କିଲୋମିଟର ଯିବା ପରେ ଜିମିଡିପେଟା ଷ୍ଟେସନ୍‌ଠାରୁ ପ୍ରାୟ ୨ଶହ ମିଟର ଦୂରରେ ଟ୍ରେନ୍‌ଟି ଦୁର୍ଘଟଣାର  ସମ୍ମୁଖୀନ ହୋଇଥିଲା। ଫଳରେ ୮ଟି ବଗି ସମ୍ପୂର୍ଣ୍ଣ ଲାଇନଚ୍ୟୁତ ହୋଇ ଯାଇଥିଲାା ଏଥିରେ ଅଛି ୨ଟି ଜେନେରାଲ କୋଚ୍‌, ୨ଟି ସ୍ଲିପର ଗୋଟିଏ ତୃତୀୟ ଶ୍ରେଣୀ ଏସି ଗୋଟିଏ ଦ୍ୱିତୀୟ ଶ୍ରେଣୀ ଏସି ଏବଂ ଲଗେଜ୍‌ ବଗି।  ଲାଇନ୍‌ଚ୍ୟୁତ ହୋଇଥିବା ସମସ୍ତ ବଗି ହୀରାଖଣ୍ଡ ଏକ୍ସପ୍ରେସରେ ସଂଯୋଗ ହେଉଥିବା ଜୁନାଗଡ଼-ଭୁବନେଶ୍ୱର ଲିଙ୍କ୍‌ର ବଗି ବୋଲି ଜଣାପଡ଼ିଛି। ଇତି ମଧ୍ୟରେ ରେଳବାଇ ପକ୍ଷରୁ ହେଲ୍‌ପ ଲାଇନ୍‌ ନମ୍ବର ଜାରି କରାଯାଇଛିା


ପୂର୍ବତଟ ରେଳପଥ ଲୋକସଂପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ଦିଗରୁ ରେଳବାଇ ପକ୍ଷରୁ ୪ଟି ଟିମ୍‌ ନିୟୋଜିତ କରାଯାଇଛି। ବିଶାଖାପାଟଣା, ରାୟଗଡ଼ା, ସମ୍ବଲପୁର ଓ ପଲାସାରୁ ଆମ୍ବୁଲାନ୍ସ ଓ ମେଡିକାଲ ଟିମ୍‌ ସହ ପୃଥକ୍‌ ପୃଥକ୍‌ ଟିମ୍‌ ଉଦ୍ଧାର ପାଇଁ ଯାଇଛନ୍ତି। ମୃତାହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଉଭୟ ରାୟଗଡ଼ା ଓ ବିଜୟନଗରମ୍‌ ଜିଲ୍ଲା ପ୍ରଶାସନ ମଧ୍ୟ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ସିଆର୍‌ପିଏଫ ଯବାନ, ଆର୍‌ପିଏଫ ଏବଂ ରାୟଗଡା ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। କିନ୍ତୁ ରାତି ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ଗୁରୁତର ବାଧାପ୍ରାପ୍ତ ହୋଇଛି। ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ଏକ ଉଦ୍ଧାରକାରୀ ଦଳ ସହ ଭୁବନେଶ୍ୱରରୁ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ରେଳବାଇ ସୂତ୍ରରୁ ସୂଚନା ମିଳିଛି। ସେହିପରି ଡିଆର୍‌ଏମ୍‌ ଓ୍ଵାଲଟିୟର ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି।

ଅନ୍ଧାର କାଳ ହେଲା
ଦୁର୍ଘଟଣା ସ୍ଥଳଟି ଷ୍ଟେସନ ନିକଟବର୍ତ୍ତୀ ହୋଇଥିଲେ ହେଁ ଘନ ଅନ୍ଧକାର ଯୋଗୁୁଁ ଉଦ୍ଧାର କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଲୋକମାନେ ଟ୍ରେନ୍‌ ତଳେ ଚାପି ହୋଇ ଚିତ୍କାର କରୁଥିଲେ ହେଁ ଦୀର୍ଘ ସମୟ ଧରି ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। ଫଳରେ ଅନେକ ଗୁରୁତର ଆହତ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି ବୋଲି ଟ୍ରେନ୍‌ରେ ଥିବା ଜଣେ ଯାତ୍ରୀ ଚନ୍ଦନ କୁମାର ସିଂହ ‘ସମ୍ବାଦ’କୁ ସୂଚନା ଦେଇଛନ୍ତିା ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଅନେକ ଯାତ୍ରୀ ଟ୍ରେନ୍‌ ତଳେ ଚାପି ହୋଇରହିଛନ୍ତି। ପାଖାପାଖି ଦେଢ଼ ଘଣ୍ଟା ପରେ ରେଳବାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ଉଦ୍ଧାର ପାଇଁ ପହଞ୍ଚିଥିଲେ ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ସେ ଯାଏଁ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

ଶୋଇଥିବା ଯୋଗୁଁ ମୃତାହତ ବଢ଼ିବା ଆଶଙ୍କା
ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିବା ଅନୁୁଯାୟୀ, ଦୁର୍ଘଟଣା ସମୟରେ ଟ୍ରେନ୍‌ଟି ଏଭଳି ପ୍ରଚଣ୍ଡ ଶବ୍ଦ କରିଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରାଇ ଦେଇଥିଲା। ଟ୍ରେନ୍‌ର ବିଭିନ୍ନ ବଗିରେ ଥିବା ଯାତ୍ରୀମାନେ ବର୍ଥରୁ ତଳକୁ ଖସି ପଡ଼ିଥିଲୋ ତେବେ ଏସ୍‌-୮ ଓ ଏସ୍‌-୯ ବଗି ଗୁୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏଥିରେ ଥିବା ବହୁ ଯାତ୍ରୀ ମୃତାହତ ହୋଇଥିଲୋ ସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ କିଛି ଯାତ୍ରୀ ଟ୍ରେନ୍‌ ଲାଇନ୍‌ଠାରୁ ପ୍ରାୟ ୧୦ ଫୁଟ ଦୂରକୁ ଛିଟିକି ପଡ଼ିଥିଲେ। ଏହାଛଡ଼ା ଦୁର୍ଘଟଣା ଘଟିବା ସମୟରେ ଅଧିକାଂଶ ଯାତ୍ରୀ ଖାଇପିଇ ଶୋଇଯାଇଥିବାରୁ  ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଆହତଙ୍କ ମଧ୍ୟରୁ କେତେକଙ୍କୁ ଉଦ୍ଧାରକାରୀ ଦଳ ଡାକ୍ତରଖାନାକୁ ନେଇଛନ୍ତି।

No comments:

Post a Comment